ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କରେ ଆପଣଙ୍କର କିଛି ଜରୁରୀ କାମ ରହିଛି କି? ଯଦି ହଁ ତେବେ ତାକୁ ତୁରନ୍ତ ଶେଷ କରିଦିଅନ୍ତୁ । କାରଣ ଏପ୍ରିଲ ମାସରେ ବିଭିନ୍ନ ଛୁଟି ପାଇଁ ପ୍ରାୟ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପ୍ରିଲ ମାସର ବ୍ୟାଙ୍କ ଛୁଟିଦିନ ତାଲିକା ପ୍ରକାଶ କରାଯାଇଛି ।
ଏପ୍ରିଲ ମାସରେ ଆପଣ ବ୍ୟାଙ୍କକୁ ଯିବା ପୂର୍ବରୁ ବ୍ୟାଙ୍କର ଛୁଟି ତାଲିକା ଯାଞ୍ଚ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ନଚେତ୍ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କ ଛୁଟି ଗୁଡ଼ିକ ଅଲଗା ଅଲଗା ହୋଇଥାଏ । ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡ଼ିକ କିମ୍ବା ସେହି ରାଜ୍ୟଗୁଡ଼ିକର ପର୍ବଗୁଡ଼ିକ ଉପରେ ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ନିର୍ଭର କରିଥାଏ ।
ଏପ୍ରିଲ ୧- ବ୍ୟାଙ୍କ ଗୁଡିକର ଆନୁଆଲ କ୍ଲୋଜିଂ
ଏପ୍ରିଲ ୨- ଗୁଡି ପାଡୱା, ଉଗାଡି ଫେଷ୍ଟିଭାଲ, ନବରାତ୍ରି ଆରମ୍ଭ, ତେଲୁଗୁ ନବବର୍ଷ ।
ଏପ୍ରିଲ ୩- ରବିବାର
ଏପ୍ରିଲ ୪- ସରିହୁଲ (ରାଞ୍ଚିରେ ବ୍ୟାଙ୍କ ବନ୍ଦ)
ଏପ୍ରିଲ ୫- ବାବୁ ଜାଗିଭାନ୍ ରାମଙ୍କ ଜନ୍ମ ଦିନ (ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ)
ଏପ୍ରିଲ ୯- ଶନିବାର (ମାସର ଦ୍ୱିତୀୟ ଶନିବାର)
ଏପ୍ରିଲ ୧୦ – ରବିବାର (ସାପ୍ତାହିକ ଛୁଟି)
ଏପ୍ରିଲ ୧୪- ମହାବୀର ଜୟନ୍ତୀ, ଡ.ବାବାସାହେବ ଆମ୍ବେଦକର ଜୟନ୍ତୀ, ବୈଶାଖୀ, ତାମିଲ ନବବର୍ଷ ।
ଏପ୍ରିଲ ୧୫- ଗୁଡ ଫ୍ରାଇଡେ, ବଙ୍ଗାଳୀ ନବବର୍ଷ, ହିମାଚଳ ଦିବସ, ବୋହାଗ, ବିଷ୍ଣୁ
ଏପ୍ରିଲ ୧୬- ବୋହାଗ ବିହୁ (ଗୌ÷ହାଟିରେ ବନ୍ଦ ରହିବ ବ୍ୟାଙ୍କ)
ଏପ୍ରିଲ ୧୭- ରବିବାର (ସାପ୍ତାହିକ ଛୁଟି)
ଏପ୍ରିଲ ୨୧- ଗାଡିଆ ପୂଜା (ଅଗରତାଲାରେ ବନ୍ଦ ରହିବ ବ୍ୟାଙ୍କ)
ଏପ୍ରିଲ ୨୩- ମାସର ଚତୁର୍ଥ ଶନିବାର
ଏପ୍ରିଲ ୨୪- ରବିବାର (ସାପ୍ତାହିକ ଛୁଟି)
ଏପ୍ରିଲ ୨୯- ଶବ୍ -ଇ କାଦର, ଜୁମାତ-ଉଲ୍-ଭିଦା (ଜମ୍ମୁ ଓ କାଶ୍ମୀରରେ ବ୍ୟାଙ୍କ ବନ୍ଦ) ।