ପୁରୀ (ଏଟିଆର ବ୍ୟୁରୋ): ଆଜି ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସ । ଏହି ଅବସରରେ ବାଲୁକା ଶିଳ୍ପୀ ମାନଓ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ଉକ୍ରଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ।
ଏହି ବାଲୁକା କଳା ମାଧ୍ୟମରେ ଓଡିଶାର କଳା ସଂସ୍କୃତି ଓ ନୈପୁଣ୍ୟ ଓ ବିରତ୍ୱର ଗାଥାକୁ ବଖାଣିଛନ୍ତି ମାନସ ।
୮ ଫୁଟ ଉଚ୍ଚତା ଓ ୨୦ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳା ନିର୍ମାଣ କରିବା ପାଇଁ ୨୦ ଟନ୍ ବାଲି ବ୍ୟବହାର ହୋଇଛି । ଏହାସହିତ ଏହି ସୁନ୍ଦର ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା ।