ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଉତ୍କଳ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଆଉ ୬ ମାସ ମାଗଣ ଚାଉଳ ପାଇବେ ହିତାଧିକାରୀ । ୬ ମାସ ଅବଧି ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମିଳିବ ୫ କିଲୋ ଅତିରିକ୍ତ ଚାଉଳ । ଏହାଦ୍ୱାରା ରାଜ୍ୟର ୮.୦୯ ଲକ୍ଷ ପରିବାର ଉପକୃତ ହେବ । ଏହି ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ଏହି ଯୋଜନା ୨୦୨୧ ମସିହା ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ଯାଏଁ ରହିଥିଲା ।