ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ଆଜି ନବରାତ୍ରୀର ଚତୁର୍ଥ ଦିନ । ଏହି ଦିନ ମା ଦୁର୍ଗାଙ୍କ ଚତୁର୍ଥ ସ୍ୱରୂପ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଇଥାଏ । କୁଷ୍ମାଣ୍ଡା ଏକ ସଂସ୍କୃତ ଶବ୍ଦ । ଯାହାର ଅର୍ଥ କୁହ୍ମାଣ୍ଡା ।
ବିଧି ବିଧାନ ସହ ଶୁଦ୍ଧ ମନରେ ମା କୁଷ୍ମାଣ୍ଡାଙ୍କ ପୂଜା କରିବା ସହ ମାଙ୍କ ପୂଜାରେ ମାଲପୁଆ ଭୋଗ ଲଗାନ୍ତୁ । ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଏହାସହିତ ଏହିଦିନ କନ୍ୟାଙ୍କୁ ରଙ୍ଗ ବେରଙ୍ଗର ବସ୍ତ୍ର ଦାନ କରିବା ଦ୍ୱାରା ଧନ ବୃଦ୍ଧି ହେବ ।
ମା କୁଷ୍ମାଣ୍ଡାଙ୍କ ପୂଜା କରିବା ପରେ ସୁରାସମ୍ପୂର୍ଣ୍ଣ କଳଶଂ ରୁଦ୍ଧିରପ୍ଲୁତମେବ ଚ, ଦଧାନା ହସ୍ତ ପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦସ୍ତୁ ମେ’ । ଏହି ମନ୍ତ୍ର ଜପିବା ଦ୍ୱାରା ପରିବାରରେ ଖୁସୀ ଆସିବା ସହ ସ୍ୱାସ୍ଥ୍ୟ ଭଲ ରହିବ ।