ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ଭଗବାନ ହନୁମାନଙ୍କୁ ସମର୍ପଣ କରାଯାଇଛି । ଏହିଦିନ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତାନୁସାରେ ସାମାନ୍ୟ ସିନ୍ଦୁରରେ ପ୍ରସନ୍ନ ହୋଇଯାନ୍ତି ହନୁମାନ । ତାଙ୍କ ଭକ୍ତଙ୍କୁ ସମସ୍ତ କଷ୍ଟ ଏବଂ ସଙ୍କଟରୁ ଦୂରେଇ ରଖନ୍ତି ।
ଭଗବାନ ହନୁମାନ ଅନେକ ବରଦାନ ପ୍ରାପ୍ତ କରିଛନ୍ତି । ମାନ୍ୟତା ରହିଛି କି ସୂର୍ଯ୍ୟଦେବଙ୍କଠାରୁ ତେଜ ପ୍ରାପ୍ତ କରିଛନ୍ତି ହନୁମାନ । ସେହିପରି ଯମରାଜଙ୍କ ଠାରୁ ମଧ୍ୟ ହନୁମାନଙ୍କ ବର ପ୍ରାପ୍ତି ହୋଇଛି । କଦାପି ଯମରାଜଙ୍କ ଶିକାର ନହେବାର ବରଦାନ ପ୍ରାପ୍ତି କରିଛନ୍ତି ।
ହନୁମାନ ତାଙ୍କ ହସ୍ତରେ ଗଦା ଧରିଥିବାର ଆପଣମାନେ ଦେଖିଥିବେ କିନ୍ତୁ ଆପଣ ଜାଣିଛନ୍ତି କି ହନୁମାନଙ୍କ ଗଦା କେଉଁଠୁ ମିଳିଲା । କୁବେର ଦେବଙ୍କ ଠାରୁ ହନୁମାନଙ୍କୁ ଏହି ଗଦା ପ୍ରାପ୍ତ ହୋଇଛି । କୌଣସି ଯୁଦ୍ଧରେ ହନୁମାନଙ୍କୁ କେହି ବି ପରାସ୍ତ କରିପାରିବେ ନାହିଁ ।
ଭୋଳାନାଥଙ୍କଠାରୁ ହନୁମାନଙ୍କ ୁ କୌଣସି ଅସ୍ତ୍ରରେ ନ ମରାଯିବାର ବରଦାନ ପ୍ରାପ୍ତ ହୋଇଛି ।
ଶାସ୍ତ୍ର ଅନୁସାରେ ଇନ୍ଦ୍ର ଏବଂ ହନୁମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ହନୁମାନଙ୍କୁ ଇନ୍ଦ୍ର ବରଦାନ ଦେଇଥିଲେ କି, ଭବିଷ୍ୟତରେ କେବେ ବି ତାଙ୍କ ବଜ୍ରର ପ୍ରଭାବ ବଜରଙ୍ଗୱାଲିଙ୍କ ଉପରେ ପଡିବନି ।
ଭଗବାନ ବିଶ୍ୱକର୍ମା ଯେତେ ବି ଶସ୍ତ୍ର ବନେଇଛନ୍ତି କାହାରି ବି ପ୍ରଭାବ ବଜରଙ୍ଗୱାଲିଙ୍କ ଉପରେ ପଡିବନି । ବିଶ୍ୱକର୍ମାଙ୍କଠାରୁ ବଜରଙ୍ଗୱାଲିଙ୍କୁ ଏହି ବରଦାନ ପ୍ରାପ୍ତ ହୋଇଛି ।
ବ୍ରହ୍ମାଙ୍କଠାରୁ ବଜରଙ୍ଗୱାଲିଙ୍କୁ ଦୀର୍ଘାୟୁର ବରଦାନ ପ୍ରାପ୍ତି ହୋଇଛି ।