ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ତାର ପପୁଲାର ନେଭିଗେଶନ ଆପ୍ ଗୁଗଲ ମ୍ୟାପରେ କିଛି ନୂତନ ଫିଚର୍ସ ସାମିଲ କରିଛି । ସେଥିମଧ୍ୟରୁ ଗୋଟେ ଫିଚର୍ସ ରହିଛି ଟୋଲ ଟ୍ୟାକ୍ସର ଦାମ୍ ଜାଣିବା ପାଇଁ । ଏହି ଫିଚର୍ସ ଜରିଆରେ ୟୁଜର୍ସ ନିଜର ଟ୍ରିପ ଆରମ୍ଭ କରିବା ପୂର୍ବରୁ ଦେଖିପାରିବେ କି ରାସ୍ତାରେ ପଡିବାକୁ ଥିବା ଟୋଲ ପ୍ଲାଜାରେ ତାଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡିବ । ଏଥିପାଇଁ ସ୍ଥାନୀୟ ଟୋଲ ଅଥରିଟିଙ୍କ ସହ ଡିଲ କରିଛି ଗୁଗଲ । ନୂତନ ସୁବିଧା ଜରିଆରେ ଆପଣ କେଉଁ ରାସ୍ତା ଦେଇ ଯିବାକୁ ପସନ୍ଦ କରିବେ ତାହା ଜାଣିପାରିବେ ।
ଭାରତ ସମେତ ୟୁଏସ, ଜାପାନ ଏବଂ ଇଣ୍ଡୋନେସିଆରେ ପାଖାପାଖି ୨୦୦୦ ଟୋଲ ରାସ୍ତା ପାଇଁ ଚଳିତ ମାସରେ ଆଣ୍ଡ୍ରୋଏଡ ଏବଂ ଆଇଓଏସ ରେ ଟୋଲର ଦାମ୍ ଆରମ୍ଭ ହୋଇଯିବ ।
ଏହାବ୍ୟତିତ ଆପଣ ଯଦି ଟୋଲ ଗେଟ୍ ଦେଇ ଯିବାକୁ ଚାହୁଁ ନାହାନ୍ତି ତେବେ ଗୁଗଲ ମ୍ୟାପ ଆପଣଙ୍କୁ ଏହାର ରୁଟ୍ ବି ଜଣାଇଦେବ । ଏଠାରେ ଆପଣଙ୍କ ଟୋଲ ବ୍ୟତିତ ଟୋଲ ଫ୍ରି ରାସ୍ତାର ବିକଳ୍ପ ମଧ୍ୟ ଜଣାଇ ଦିଆଯିବ । ଅବଶ୍ୟ ଏଥିପାଇଁ ଆପଣଙ୍କୁ ସେଟିଙ୍ଗ୍ସରେ ଆଭଏଡ ଟୋଲ ଟ୍ୟାକ୍ସ ବିକଳ୍ପ ଏନାବୁଲ କରିବାକୁ ହେବ ।