ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମର ନାମଲେଖା ପାଇଁ ଜୁଲାଇ ୧୭ରେ ହେବ ନିଟ୍ ପରୀକ୍ଷା । ଏହା ଅପରାହ୍ନ ୨ଟାରୁ ୫ଟା ଯାଏଁ ଚାଲିବ ।
ସେହିପରି ନିଟ୍ ପରୀକ୍ଷା ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା । https://neet.nta.nic.in/ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଆସନ୍ତା ମେ’ ୬ ତାରିଖ ଯାଏଁ ଚାଲିବ । ଆବେଦନକାରୀ ମାନେ ମେ ୭ ତାରିଖ ସୁଦ୍ଧା ଅନଲାଇନ ରେ ଫି ଦାଖଲ କରିପାରିବେ । ଜଣେ ଆବେଦନକାରୀ କେବଳ ଗୋଟେ ଆବେଦନ କରିପାରିବେ ଏବଂ ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ ହେବ ନାହିଁ ।