ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାଙ୍ଗ ଅନୁସାରେ ସପ୍ତାହକ ସାତ ଦିନ ଯାକ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ସମର୍ପିତ କରାଯାଇଛି । ସେହିପରି ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁଙ୍କ ସ୍ଥିତି ଉତ୍ତମ ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କୌଣସି କଷ୍ଟ ଆସିନଥାଏ କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁଙ୍କ ସ୍ଥିତି କମଜୋର ଥିବ ସେହି ବ୍ୟକ୍ତିଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ । ସେଥିପାଇଁ ଗୁରୁବାର ବ୍ରତରେ କିଛି ନିୟମ ମାନିଲେ କଷ୍ଟ କମ ହୋଇପାରେ ।
– ଗୁରୁବାର ବ୍ରତ ରଖୁଥିବା ବ୍ରତଧାରୀ ଧ୍ୟାନ ରଖିଥିବେ କି ଏହିଦିନ କୌଣସି ଅଇଁଠା ଭୋଜନ ନକରନ୍ତି । ବ୍ରତରେ ଫଳ ଭୋଜନ କରନ୍ତୁ ।
– ଗୁରୁବାର ଦିନ କେଶ, ନଖ ଆଦି କାଟିବା କଥା ନୁହେଁ କି କେଶ ସଫା କରିବା କଥା ମଧ୍ୟ ନୁହେଁ । ଏହାଦ୍ୱାରା ଗୁରୁ ହାନି ହୋଇଥାଏ ।
– ଗୁରୁବାରଦିନ ଲୁଗାପଟା ସଫା କରିବା ଉଚିତ୍ ନୁହେଁ ।
– ଗୁରୁବାର ଦିନ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ ।