ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ତାତିରେ ଛଟପଟ ହେଉଛି ଆଭ୍ୟନ୍ତରୀଣ ଓଡିଶା । ଆଗକୁ ତାତି ଆହୁରୀ ବଢିବ । ଏହାସାଙ୍ଗକୁ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଯୋଗୁଁ ଦକ୍ଷୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଏହି ଦିନ ସତର୍କ ରହିବାକୁ ମାଲକାନଗିରି,କୋରାପୁଟ, କନ୍ଧମାଳ, ରାୟଗଡା, କଳାହାଣ୍ଡି, ଗଜପତି ଜିଲ୍ଲାବାସୀଙ୍କୁ କୁହାଯାଇଛି ।
ଅନ୍ୟପଟେ ଆଭ୍ୟନ୍ତରୀଣ ଓଡିଶାରେ ୪ ରୁ ୫ଦିନ ଯାଏଁ ତାତିରୁ ତ୍ରାହି ନାହିଁ । ସ୍ୱଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।