ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ଲଗାତାର ଦ୍ୱିତୀୟ ଥର ପାଇଁ ପୁଣି ନିର୍ବାଚନ ଜିତିଛନ୍ତି ଫ୍ରାନ୍ସର ବର୍ତ୍ତମାନ ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ । ୫୮.୨ ପ୍ରତିଶତ ଭୋଟ ପାଇ ସେ ଦ୍ୱିତୀୟ ଥର ରାଷ୍ଟ୍ରପତି ହୋଇପାରିଛନ୍ତି । ମରୀନ ଲେ ପେନ୍ ଙ୍କୁ ପଛରେ ପକାଇ ସେ ଏହି ବିଜୟ ହାସଲ କରିଛନ୍ତି ।
ମାଇକ୍ରୋଙ୍କ ବିଜୟ ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟୁଛି । ଇକ୍ରେନର ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି ।