ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 1st May
New Positive Cases: 11
Of which 0-18 years: 4
In quarantine: 6
Local contacts: 5(Details of local contacts will be shared by concerned District)
1. Angul: 1
2. Balangir: 1
3. Jajpur: 1
4. Kendrapada: 2
5. Khurda: 2
6. Rayagada: 2
7. Sambalpur: 2— I & PR Department, Odisha (@IPR_Odisha) May 2, 2022
New recoveries: 7
Cumulative tested: 31331692
Positive: 1288068
Recovered: 1278802
Active cases: 87— I & PR Department, Odisha (@IPR_Odisha) May 2, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୦୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୮୦୬୮ ରହିଥିବା ବେଳେ ୮୭ ଜଣ ଚିକିତ୍ସିତ ହେଉଛନ୍ତି ।