ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ପରଲୋକ ଘଟଛି । ୯୪ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ତାଙ୍କ ନାତି ଆଶ୍ରୟ ଶର୍ମା ଫେସବୁକ ଜରିଆରେ ଜଣାଇଛନ୍ତି ।
ଗତ ୪ ତାରିଖରେ ସୁଖରାମ ଶର୍ମାଙ୍କ ବ୍ରେନଷ୍ଟ୍ରୋକ ହୋଇଥିଲା । ୭ ତାରିଖରୁ ସେ ଦିଲ୍ଲୀ ଏମ୍ସର ଭେଣ୍ଟିଲେଟରରେ ଥିଲେ । ପ୍ରଥମେ ତାଙ୍କୁ ହିମାଚଳ ପ୍ରଦେଶ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।