ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦର୍ଶକବନ୍ଧୁ ଆପଣମାନେ ଉଡାଜାହଜରେ ଯାତ୍ରା ନିଶ୍ଚୟେ କରିଥିବେ । ସେହି ଉଡାଜାହାଜର ଲାଇଟ୍ସ ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..
ଟ୍ୟାକ୍ସି ଲାଇଟ୍: ଏହା ଏଭଳି ଏକ ଲାଇଟ ଯାହା ଜାହାଜର ଟ୍ୟାକ୍ସି ମୋଡ ଅର୍ଥାତ ଜାହାଜଟି ଭୂମିରେ ଗଡିଲା ବେଳେ ବ୍ୟବହାର କରାଯାଏ । ୧୫୦ ଭୋଲ୍ଟର ଏହି ଲାଇଟ ସାହାଯ୍ୟରେ ରନୱେ ଦେଖାଯାଏ । ଉଡା ଜାହାଜକୁ ଯେତେବେଳେ ଟ୍ୟାକ୍ସି କ୍ଲେରେନ୍ସ ମିଳିଥାଏ ସେତେବେଳେ ପାଇଲଟ ଜଣକ ଟ୍ୟାକ୍ସି ଲାଇଟ ଜଳାଇ ଦେଇଥାନ୍ତି । ଏହାଦ୍ୱାରା ରନୱେରେ ଲାଗିଥିବା ଲାଇଟ୍ସ ଗୁଡିକ ଅଲୋକିତ ହୋଇଥାଏ ଏବଂ ପାଇଲଟଙ୍କୁ ଦେଖିବାରେ ସାହାଯ୍ୟ ହୋଇଥାଏ ।
ଟେକ୍ ଅଫ୍ ଲାଇଟ୍ : ଉଡା ଜାହାଜରେ ଟ୍ୟାକ୍ସି ଲାଇଟ ସହିତ ଟେକ ଅଫ୍ ଲାଇଟ ମଧ୍ୟ ଲଗାଯାଇଥାଏ । ଏହି ଲାଇଟ୍ ଟ୍ୟାକ୍ସି ଲାଇଟ ଅପେକ୍ଷା ବହୁତ ଉଜ୍ୱଳ ଏବଂ ଏହାକୁ କେବଳ ବିମାନର ଟେକ୍ ଅଫ୍ ସମୟରେ ଜଳାଯାଇଥାଏ ।
ରନୱେ ଟର୍ନ ଅଫ୍ ଲାଇଟ୍: ଟ୍ୟାକ୍ସି ଲାଇଟ ଏବଂ ଟେକ ଅଫ୍ ଲାଇଟ ବ୍ୟତିତ ବିମାନରେ ଅନ୍ୟ ଏକ ଲାଇଟ ମଧ୍ୟ ଲଗା ଯାଇଥାଏ । ଯାହାକୁ ରନୱେ ଟର୍ନ ଅଫ୍ ଲାଇଟ କୁହାଯାଏ । ଏହି ଲାଇଟ ସାହାଯ୍ୟରେ ରନୱେକୁ ସଠିକ ଭାବେ ଦେଖି ପାରିଥାନ୍ତି ପାଇଲଟ ।
ୱିଙ୍ଗ ସ୍କାନ ଲାଇଟ: ବିମାନର ସବୁଠାରୁ ସମ୍ବେଦନଶୀଳ ଅଂଶ ହେଉଛି ତାର ୱିଙ୍ଗସ ବା ଡେଣା । ଏହାକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦ୍ୟେଶରେ ଡେଣା ଉପରେ ଲାଇଟ ଲଗାଯାଇଥାଏ । ଯାହାଫଳରେ ଟେକଅଫ୍ ସମୟରେ ଅନ୍ଧାରରେ ବି ପାଇଲଟଙ୍କୁ ସମ୍ପୂର୍ଣ୍ଣ ଆକୃତି ସ୍ଫଷ୍ଟ ନଜର ଆସିବ । ସେହିପରି ବିମାନଟି ବାଦଲ ମଧ୍ୟରେ ଉଡିବା ସମୟରେ ଏହି ଲାଇଟ ଜରିଆରେ ପାଇଲଟ ଜାଣିପାରନ୍ତି କି ୱିଙ୍ଗସ ଉପରେ ବରଫ ଜମାଟ ହୋଇଛି କି ନାହିଁ ।
ଆଣ୍ଟି କୋଲିଜନ ବିକନ୍: ବିମାନର ଏହି ଲାଇଟ ସଫା ସୁତରା ବା ଗ୍ରାଉଣ୍ଟର ରକ୍ଷଣାବେକ୍ଷଣା ପାଇଁ କୃ ସଦସ୍ୟଙ୍କୁ ସହାୟକ ହୋଇଥାଏ । ନାରଙ୍ଗୀ ରଙ୍ଗର ଏହି ଲାଇଟକୁ ଇଞ୍ଜିନ ଷ୍ଟାର୍ଟ ହେବାଠାରୁ ଲଗାଯାଇଥାଏ ଏବଂ ଇଞ୍ଜିନ ବନ୍ଦ କଲାବେଳେ ବନ୍ଦ କରାଯାଏ । ଏଥିପାଇଁ ଏଭଳି କରାଯାଏ କାରଣ ଗ୍ରାଉଣ୍ଡ କୃ ସଦସ୍ୟ ଜାଣିପାରିବେ କି ବିମାନଟି ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ଲ୍ୟାଣ୍ଡିଂ ଲାଇଟ: ବିମାନଟିକୁ ଲ୍ୟାଣ୍ଡିଂ କଲାବେଳେ ଆକାଶ ଏବଂ ରନୱେକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ଲ୍ୟାଣ୍ଡି ଲାଇଟ ବ୍ୟବହରେ କରାଯାଏ । ଧଳାରଙ୍ଗର ଏହି ଲାଇଟ ରନୱେକୁ ଆଲୋକିତ କରିବା ପାଇଁ ବ୍ୟବହାର କରାଯାଏ । ଯେଉଁଠି ଲାଇଟ କମ ଥାଏ ।
ନାଭିଗେସନ ଲାଇଟ: ୩ ଟି ନାଭିଗେସନ ଲାଇଟି ରହିଛି । ଉଡାଣ ସମୟରେ ବିମାନର ଦିଗ ନିର୍ଣ୍ଣୟ ପାଇଁ ଏହି ଲାଇଟ ବ୍ୟବହାର କରାଯାଇଥାଏ । ଏହି ଲାଇଟର ସ୍ଥିତି ଅନୁଯାୟୀ, ଅନ୍ୟ ବିମାନଟି କେଉଁ ଆଡକୁ ମୁହାଁଉଛି ତାହା ପାଇଲଟଙ୍କୁ ସହଜରେ ବୁଝା ପଡିଥାଏ ।