ପୁରୀ (ଏଟିଆର ବ୍ୟୁରୋ):ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଏବେ ସୁଦ୍ଧା ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଁଟ ଏବଂ ପଛ ମୁହାଁଟ ସଂଯୋଗ କରାଯାଇଛି । ଏହାସହିତ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଆଉ ଚାରୋଟି ଲେଖାଁଏ ଦଣ୍ଡା ନିର୍ମାଣ ଶେଷ ହେବା ସହ ଦର୍ପଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାଖ ଦଣ୍ଡା କାର୍ଯ୍ୟ ଶେଷ ହୋଇଛି । ସେହିପରି ତିନି ରଥର ୩ଟି ଲେଖାଁଏ ଢମକର ଚଉପଟ କାମ ଆରମ୍ଭ ହୋଇଛି ।
ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ବିଭିନ୍ନ ପ୍ରକାରର କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।