ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି ।
ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କର ଏହି ନୀତି କରାଯିବ । ଏହା ଏକ ଗୁପ୍ତ ନୀତି । ସେଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବନକଲାଗି ନୀତି ପାଇଁ ହରିତାଳ, ହିଙ୍ଗୁଳା,କେଶର, ଶଙ୍ଖ, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ସେବାୟତମାନେ ଶ୍ରୀଜିଉଙ୍କ ମୁଖ ଶୃଙ୍ଗାର କରିଥାନ୍ତି । ଏହି ନୀତି ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଭାବେ କରାଯାଇଥାଏ । ନୀତି ଶେଷ ହେବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।