ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ହେତୁ ରାଜ୍ୟର ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୮ ଜିଲ୍ଲା ମଧ୍ୟରେ ରହିଛି ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର,ନୂଆପଡା, ବୌଦ୍ଧ, ଘାରସୁଗୁଡା ଓ କଳାହାଣ୍ଡି । ଏହି ଜିଲ୍ଲାଗୁଡିକରେ ଦିନ ୧୧ ଟାରୁ ଦିନ ୩ଟା ଯାଏଁ ବିଶେଷ ଯାତାୟତ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ବହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି । ଆଗାମୀ ୨ ରୁ ୩ ଦିନ ଯାଏଁ ଏହାର ପ୍ରଭାବ ପଶ୍ଚିମ ଓଡିଶାରେ ରହିବ ।
ଅନ୍ୟପଟେ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।