ପୁରୀ (ଏଟିଆର ବ୍ୟୁରୋ):ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ କାରିଗରଙ୍କ ହାତକୁ ନାହିଁ ଫୁରସତ । ରଥଖଳାରେ ଏବେ ସୁଦ୍ଧା ତିନି ରଥର ଦଣ୍ଡାରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଛି । ପ୍ରତି ରଥ ପାଇଁ ଭିନ୍ନ ଭିନ୍ନ ଦଣ୍ଡାକଣ୍ଟା ଲାଗିଥାଏ ।
ଦଣ୍ଡା ଫ୍ରେମରେ ଦଣ୍ଡାକଣ୍ଟା ଲାଗିବା ପରେ ଏବେ ତିନି ରଥର ଦୁଇଟି ଲେଖାଁଏ ଗରଗରା ରଥ ଉପରକୁ ଉଠିଛି । ଏହାପରେ ଗରାଗରାରେ କାପ ଖୋଦେଇ ହୋଇ କଣ୍ଟା ବାଡିଆ କାମ ହେବ ।
ଅନ୍ୟପଟେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୧ ଟି ଲେଖାଁଏ ଗୟଳ ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର ମୋଟ ୬ ଟି ଗୟଳ ଚଉପଟ କାର୍ଯ୍ୟ ଶେଷ ହୋଇଛି ।