ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଥିବା ବେଳେ ଆଜି ୨୦ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଗକୁ ଆସୁଛି ରଜ । ଏହି ଅବସରରେ ବହୁଳ ମାତ୍ରାରେ ଲୋକେ ଏକାଠି ହେବା ସହ ଜମିବ ଭୋଜି ଭାତର ଆସର ଏହାସାଙ୍ଗକୁ ରଜ ମଉଜର ନେବେ ମଜା । ଏହି ଅବସରରେ ସଂକ୍ରମଣ ବଢିବାରେ ଆଶଙ୍କା ରହିଛି ତେବେ କୋଭିଡ ଗାଇଡ ଲାଇନ ମାନିବା ଆବଶ୍ୟକ ।
ଏହାସହିତ ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷୀଣ ଆଫ୍ରିକା ଟି୨୦ ମ୍ୟାଚ । ଏହି ଅବସରରେ ଏକାଠି ହେବେ ହଜାର ହଜାର ଦର୍ଶକ । ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ମ୍ୟାଚ ସମୟରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।