ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସଜବାଜ । ରଜ ପାଇଁ ଆଜି ସଜେଇ ହେବାର ଦିନ । ଆସନ୍ତାକାଲିଠୁ ତିନି ଦିନ ରଜ ମଉଜ । ଓଡିଶାର ସାଂସ୍କୃତିକ ଗଣପର୍ବ ତଥା ଓଡିଆ ମାନଙ୍କର ଏକ ବଡ ପର୍ବ ହେଉଛି ରଜ । ଏହା ଆନନ୍ଦ ଉଲ୍ଲାସ ତଥା ଖେଳକୁଦର ପର୍ବ ।
ରଜର ପୂର୍ବଦିନକୁ ସଜବାଜ ବୋଲି କୁହାଯାଏ । ଏହିଦିନ ଝିଅମାନେ ଏକାଠି ହୋଇ ହାତରେ ମେହେନ୍ଦୀ, ନେଲପାଲିସ, ପାଦରେ ଅଳତା, ଏବଂ ମଥାରେ ଚନ୍ଦନଟୀପା ଲଗାଇ ସଜ ହୋଇଥାନ୍ତି । ଏହାପରେ ଅପେକ୍ଷା କରିଥାନ୍ତି ପହିଲି ରଜର ସେଇ ନୂଆ ସକାଳକୁ ।