ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନ ବେଦୀରେ ବିଜେ କରିବେ ଚତୁର୍ଦ୍ଧାମୂରତୀ । ସ୍ନାନ ବେଦୀରେ ହେବ ସମସ୍ତ ନୀତି । ଏନେଇ ଶୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।
ସେହିଅନୁଯାୟୀ, ରାତ୍ର ୩.୩୦ ରେ ରେ ମଙ୍ଗଳାର୍ପଣ ହେବା ପରେ ଡୋରଲାଗି ପୁଷ୍ପାଞ୍ଜଳୀ ହୋଇ ୪ ଟାରୁ ୬ ଟା ମଧ୍ୟରେ ପହଣ୍ଡି । ୬.୩୦ ରେ ମଙ୍ଗଳଅଳତି, ୬.୪୦ ରେ ମଇଲମ, ୭ଟାରେ ତଡପଲାଗି, ୭ଟା ୩୦ରେ ଅଧରପୋଛା, ୮ଟାରେ ଅବକାଶ, ୮ଟା ୩୦ରେ ବେଶଶେଷ, ୮ଟା ୪୦ ରେ ରୋଷହୋମ, ୯ଟାରେ ସୂର୍ଯ୍ୟପୂଜା, ୯ ଟା ୧୦ ରେ ଦ୍ୱାରପାଳ ପୂଜା, ୯ ଟା ୩୦ ରୁ ସାଢେ ୧୧ ମଧ୍ୟରେ ଜଳ ବିଜେ ପୂଜା ଓ ସ୍ନାନ, ସାଢେ ୧୧ରୁ ୧୨ ଟା ୧୫ ମଧ୍ୟରେ ମଇଲମ, ମେକାପ, ସର୍ବାଙ୍ଗ ଓ ନୂଆଲୁଗା ଲାଗି ବେଶ, ୧୨ ଟା ୧୫ ରୁ ୧୨ ଟା ୪୫ ମଧ୍ୟରେ ଛେରା ପହଁରା, ୧୨ ଟା ୪୫ ରୁ ସାଢେ ଦୁଇଟା ମଧ୍ୟରେ ଗଜାନନ ବେଶ, ୩ ଟା ୧୫ ରେ ମହନ୍ତ ଶାଢିବନ୍ଧା,୩ଟା୩ ରୁ ୫ଟା ମଧ୍ୟରେ ଘଣ୍ଟାଛତା ସକାଳଧୂପ, ୫ଟା ୩୦ରେ ଦକ୍ଷିଣଘର ଭୋଗ, ୬ଟାରୁ ସାଢେ ୯ଟା ସାହାଣମେଲା, ୧୦ଟାରେ ପୁଷ୍ପାଞ୍ଜଳୀ ଓ ଡୋରଲାଗି, ରାତି ୧୦ ଟାରୁ ଗୋଟାଏ ଯାଏଁ ବାହୁଡା ପହଣ୍ଡି ଏବଂ ସାଢେ ଗୋଟାଏରେ ରାହୁରେଖା ମଇଲମ ଓ ସୁନାଚିତା ।