ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଉତ୍ତର ପ୍ରଦେଶଠୁ ନେଇ ଦିଲ୍ଲୀ , ହରିୟାଣା, ବିହାର, ପଶ୍ଚିମବଙ୍ଗ ଏବଂ ଓଡିଶାରେ ହିଂସାତ୍ମକ ଆଚାରଣ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏୟାରଫୋର୍ସ ଚିଫ୍ ଭିଆର ଚୌଧରୀ ଏକ ବୟାନ ଜାରି କରି କହିଛନ୍ତି କି, ଜୁନ୍ ୨୪ରୁ ଆରମ୍ଭ ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପ୍ରକ୍ରିୟା ।
ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ କି, ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ଧ୍ୟାନ ରଖି ସରକାର ଏହି ନିଷ୍ପତି ନେଇଛନ୍ତି । ଯୁବକଙ୍କ ହିତରେ ଅଗ୍ନିପଥ ଯୋଜନା ଏବଂ ଏହାର ଭର୍ତ୍ତି ପ୍ରକ୍ରିୟା ବହୁତ ଶୀଘ୍ର ଆରମ୍ଭ ହେବ ।