ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଉପମୁହାଁ କରୋନା ମିଟର । ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଲାଣି । ଖୋର୍ଦ୍ଧା ଓ ଭୁବନେଶ୍ୱରର ସଂକ୍ରମିତ ମାମଲା ଅଧିକ ରହୁଛି । ଏଥିପାଇଁ ଅଧିକ ସଚେତନ ରହିବାର ଆବଶ୍ୟକ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି କି, ସରକାରଙ୍କ ସମସ୍ତ କୋଭିଡ ନିୟମ ମାନି ଚଳିବା ଆବଶ୍ୟକ । କିଛିଦିନ ସଂକ୍ରମଣକୁ ଅନୁଧ୍ୟାନ କରିବା ଉଚିତ୍ । କାରଣ ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ବୃଦ୍ଧି ପରେ ପୁଣି ହ୍ରାସ ପାଇଥିଲା । ଏନେଇ ସଠିକ ଅନୁଧ୍ୟାନ କରିବା ଉଚିତ୍ । ନୂତନ ଭ୍ୟାରିଆଣ୍ଟ ଆସିବା ନେଇ ଏବେ ସୁଦ୍ଧା ବିଭାଗ ନିକଟକୁ କୌଣସି ରିପୋର୍ଟ ଆସିନାହିଁ ।