ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦି ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଆରପିଏଫ୍’ କମାଣ୍ଡୋ ମୁତୟନ କରାଯାଇଛି । ଏହି ଜେଡ୍ ପ୍ଲସ ସୁରକ୍ଷାରେ ୧୫୦ ରୁ ଅଧିକ ଯବାନ ନିୟୋଜିତ ରହିବେ । ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦ୍ୱିତୀୟ ସର୍ବୋସ୍ତରୀୟ ସୁରକ୍ଷା ।
ଏନଡିଏ ପକ୍ଷରୁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରାଯିବା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ମୁର୍ମୁ ।
ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ପ୍ରଧାନ ମୋଦି କହିଛନ୍ତି କି , ନିଷ୍ପେସିତ ବର୍ଗର ଉନ୍ନତି ପାଇଁ ସାରା ଜୀବନ ସଂଘର୍ଷ କରି ଆସିଛନ୍ତି ଦ୍ରୌପଦୀ । ଦେଶର ରାଷ୍ଟ୍ରପତି ହେବା ଲାଗି ସେ ଆଶାବାଦୀ । ରାଜନୀତି, ସାମାଜିକ ଜୀବନ ଓ ଆଦିବାସୀ ବିକାଶ ପାଇଁ ସଂଗ୍ରାମ କରି ଆସିଛନ୍ତି ଦ୍ରୌପଦୀ ।