ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ମାନ୍ୟତାନୁସାରେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ବିଶ୍ୱାସ ରହିଛି କି ଶୁକ୍ରବାର ଶ୍ରଦ୍ଧା ଏବଂ ଶୁଦ୍ଧ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ଧନ ର ଅଭାବ ହୋଇନଥାଏ । ଏହାବ୍ୟତିତ ଘରର ମହିଳାମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଉପାଧି ଦିଆଯାଇଥାଏ । ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରାଯାଏ ସେଠାରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି ।
ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ସଧବା ମହିଳାମାନେ ଶୁକ୍ରବାର ମାତା ଲକ୍ଷ୍ମୀ ପୂଜା କରିବା ଦ୍ୱାରା ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।
ଶୁକ୍ରବାର ଉପାୟ:
– ଶୁକ୍ରବାର କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଦ୍ୱାରା ଧନ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ । ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।
– ଶୁକ୍ରବାର ଦିନ ଲକ୍ଷ୍ମୀ ଚରଣରେ ପଦ୍ମ ଫୁଲ ଚଢାନ୍ତୁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
– ଘରେ ସୁଖ-ଶାନ୍ତି ଏବଂ ସମ୍ପନ୍ନତା ବଳବତ୍ତର ରଖିବା ପାଇଁ ହେଲେ କଦାପି ଅନ୍ନର ଅପମାନ କରନ୍ତୁ ନାହିଁ ।
– ଶୁକ୍ରବାର ଗରିବକୁ ଅନ୍ନ ଦାନ କରନ୍ତୁ । ପ୍ରସନ୍ନ ହେବେ ମା ଲକ୍ଷ୍ମୀ ।
– ଶୁକ୍ରବାର ଘର ସଫା ସୁତୁରା କରି ଗଙ୍ଗା ଜଳ ଛିଞ୍ଚନ୍ତୁ । ସନ୍ଧ୍ୟାରେ ଘର ବାହାରେ ଘିଅ ଦୀପ ଜଳାନ୍ତୁ । ଏଭଳି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସକରାତ୍ମକ ଶକ୍ତି ପ୍ରବେଶ କରିବ ।
– ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ଚୁନେରୀ, ଚୁଡି ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ହେବା ସହ ପତି ଦୀର୍ଘାୟୁ ହୋଇଥାନ୍ତି ।