ଈୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଧର୍ମର ପୂଜା-ପାଠକୁ ନେଇ ଅଲଗା ନିୟମମାନ ରହିଛି । ହିନ୍ଦୁ ଧର୍ମରେ ସକାଳ ଓ ସନ୍ଧ୍ୟାରେ ପୂଜା କରିବାର ମହତ୍ୱ ରହିଛି । ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧା ମନରେ ପୂଜା କରିଥାନ୍ତି । କିନ୍ତୁ ପୂଜା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।
ଯେଉଁମାନେ ବିଧିବିଧାନ ସହ ପୂଜା କରି ପାରନ୍ତି ନାହିଁ । ସେମାନେ ଭଗବାନଙ୍କ ସାମ୍ନାରେ ଦୀପ ଜଳାଇ ପୂଜା କରିପାରିବେ । କିନ୍ତୁ ମନେ ରଖିଥିବେ କି ଦୀପକୁ ମନ୍ଦିର ଭିତରେ ରଖିବା ଉଚିତ୍ । ଦୀପକୁ ଚଟାଣରେ ରଖିବା ଅଶୁଭ ହୋଇଥାଏ । ସେଥିପାଇଁ ଥାଳି ବା ଷ୍ଟାଣ୍ଡ ଉପରେ ଦୀପ ରଖନ୍ତୁ ।
ପୂଜାପାଠରେ ଶଙ୍ଖ ବଜାଇବା ଶୁଭ ହୋଇଥାଏ । ଘରର ମନ୍ଦିରରେ ଶଙ୍ଖ ରଖିବା ଶୁଭ ବୋଲି କୁହାଯାଏ । କାରଣ ଶଙ୍ଖ ହେଉଛି ମା ଲକ୍ଷ୍ମୀଙ୍କ ପ୍ରତୀକ । ଏହାକୁ ଘରେ ରଖିବା ଦ୍ୱାରା ଘରେ ଧନ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଭୁଲରେ ବି ଶଙ୍ଖକୁ ଚଟାଣରେ ରଖନ୍ତୁ ନାହିଁ ।
ଖାଲି ଚଟାଣ ଉପରେ ମୂର୍ତି ବା ଫଟୋ ରଖନ୍ତୁ ନାହିଁ ପୂଜା ଥାଳି , କପଡା ବା ଚୌକି ଉପରେ ରଖନ୍ତୁ । ଖାଲି ଚଟାଣରେ ମୂର୍ତ୍ତି ରଖିବା ଦ୍ୱାରା ଦେବାଦେବୀଙ୍କୁ ଅପମାନ ହୋଇଥାଏ ।
ସୁନା, ଚାନ୍ଦୀ, ହୀରା, ମୋତିକୁ ଖାଲି ଚଟାଣରେ ରଖନ୍ତୁ ନାହିଁ । କାରଣ ଏହାର ସମ୍ବନ୍ଧ କୌଣସି ଗ୍ରହ ସହିତ ରହିଥାଏ । ଏଭଳି କରିବା ଗ୍ରହର ଅପମାନ କରିବା ସମାନ ହୋଇଥାଏ ।