ଭୁବନେଶ୍ୱର (ଏଟିଆର ବ୍ୟୁରୋ);ରାଜ୍ୟରେ ଏବେ ପୁଣି ଥରେ ଉପରମୁହାଁ ହୋଇଛି କରୋନା ମିଟର । ତଥାପି ଲୋକେ ସତର୍କ ହେଉନାହାନ୍ତି କି ମାସ୍କ ପରିଧାନ କରୁ ନାହାନ୍ତି । ଆଗକୁ ରଥଯାତ୍ରା, ପ୍ରବଳ ଭିଡ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି କି, କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ପୁରୀ ଯାଆନ୍ତୁ ନାହିଁ । ଯଦି କାହାରି କାଶ, ଜ୍ୱର, ଥଣ୍ଡା ଓ ଛିଙ୍କ ହେଉଥିବ ତେବେ ସେମାନେ ରଥଯାତ୍ରାକୁ ନଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ । ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ । ଏହାସହିତ ରଥଯାତ୍ରାରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।