ପୁରୀ (ଏଟିଆର ବ୍ୟୁରୋ); ଶ୍ରୀଜିଉଙ୍କ ଅନବସରର ଆଜି ଅନ୍ତିମ ଦିନ । ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବସିଛନ୍ତି । ଚାଲିଛି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ।
ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଦୁଇ ଦିନ ଧରି ବନକଲାଗି ନୀତି ଚାଲିଛି । ହିଙ୍ଗୁଳ, ହରିତାଳ, କସ୍ତୁରୀ, କେଶର, ଧଳା ଓ କଳା ରଙ୍ଗ ବ୍ୟବହାର କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରୁଛନ୍ତି ସେବକ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଆଜି ଶେଷ ହେବା ପରେ ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ ।