ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଶନିଦେବଙ୍କୁ ସମର୍ପିତ କରାଯାଇଛି । ତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପା ରହିଥାଏ ତାଙ୍କୁ ରାଜସୁଖ ପ୍ରାପ୍ତ ହୋଇଥାଏ । ସେହିପରି ଯାହାଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ପଡେ ତାଙ୍କ ଜୀବନ ଛାରଖାର ହୋଇଯାଏ । ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ । ସେହିପରି ଶନିବାର କେଉଁ ଜିନିଷ ସେବନ କରିବା ଉଚିତ ନୁହେଁ ତାହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ । ମୁଖ୍ୟତଃ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ସାଢେସାତୀ ଚାଲୁଥିବ ସେମାନଙ୍କୁ ଶନିବାର କିଛି ଜିନିଷ ସେବନ କରିବା ଉଚିତ୍ ନୁହେଁ ।
ଶାସ୍ତ୍ର ଅନୁସାରେ ଲାଲ ରଙ୍ଗର ପଦାର୍ଥ ହେଉଛି ମସୁର ଡାଲି । ଏହାର ମଙ୍ଗଳ ଗ୍ରହ ସହ ସମ୍ବନ୍ଧ ରହିଛି । ମଙ୍ଗଳ ଓ ଶନି ଏହି ଦୁଇ ଗ୍ରାହର ସ୍ୱଭାବ କ୍ରୋଧିତ । କୁହାଯାଏ କି ଶନିବାର ମସୁର ଡାଲି ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କ କ୍ରୋଧ ବଢିପାରେ ।
କୁହାଯାଏ ଶନିଦେବ ଶୀତଳ ପଦାର୍ଥକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ଚାହୁଁଛନ୍ତି ତେବେ ଶନିବାର ଲାଲି ଲଙ୍କା ସେବନ କରନ୍ତୁ ନାହିଁ ।
ଜ୍ୟୋତିଷଶାସ୍ତ୍ର ୍ରଅନୁସାରେ ଶୁକ୍ର ଗ୍ରହ ସହ ଖୀରର ସମ୍ବନ୍ଧ ରହିଛି । ଗୋଟେପଟେ ଶୁକ୍ର ଯୌନ ଇଛାର କାରକ ଗ୍ରହ ହୋଇଥିବା ବେଳେ ଅନ୍ୟପଟେ ଶନି ଆଧ୍ୟାତ୍ମ ବୃଦ୍ଧି କରିଥାନ୍ତି । ସେଥିପାଇଁ ଶନିବାର ଖୀର ସେବନ କରିବା ଦ୍ୱାରା ଶନିଙ୍କ ପ୍ରକୋପ ସହ୍ୟ କରିବାକୁ ପଡିପାରେ ।
ଶନିଦେବଙ୍କ ପସନ୍ଦ ଆଧ୍ୟାତ୍ମିକ ବ୍ୟବହାର । ଏଭଳି କ୍ଷେତ୍ରରେ ଶନିବାର ମାଦକଦ୍ରବ୍ୟ ପାନ ବା କୌଣସି ପ୍ରକାରର ନିଶା ଜିନିଷ ସେବନ କରିବା ଦ୍ୱାରା ଜୀବନ କଷ୍ଟମୟ ହୋଇପଡେ ।