ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭଗବାନ ଗଣେଶ ସ୍ୱୟଂ ରିଦ୍ଧି-ସିଦ୍ଧି ର ଦାତ୍ତା ଏବଂ ଶୁଭ-ଲାଭ ର ପ୍ରଦାତା । ସେ ଭକ୍ତଙ୍କ ବାଧା, ସଙ୍କଟ, ରୋଗ-ଦୋଷ ଏବଂ ଦରିଦ୍ରତା ଦୂର କରିଥାନ୍ତି । ବୁଧବାର ଭଗବାନ ଶ୍ରୀ ଗଣେଶଙ୍କର ଦିନ । ତାଙ୍କୁ ବିଘ୍ନହର୍ତା କୁହାଯାଏ ଅର୍ଥାତ ସେ ସମସ୍ତ ଦୁଃଖ କଷ୍ଟକୁ ହରଣ କରିଥାନ୍ତି ।
ଯଦି ଆପଣ ମଧ୍ୟ ଗଣପତିଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗଣେଶ ଭଗବାନଙ୍କୁ ଲଡ୍ଡୁ , ମୋଦକ ବ୍ୟତିତ ବିଭିନ୍ନ ଗଛର ପତ୍ର ଅର୍ପଣ କରନ୍ତୁ । ତେବେ ଆସନ୍ତୁ ଜାଣିବା ଗଣପତିଙ୍କୁ ପୂଜାରେ କେଉଁ ଗଛ ଚଢାଇ ପାରିବେ ଏବଂ କେଉଁ ମନ୍ତ୍ର ଜପିବେ ।
ବେଲ ପତ୍ର: ପୂଜା ସମୟରେ ବେଲ ପତ୍ର ଚଢାଇବା ବେଳେ ଓଁ ଉମା ପୁତ୍ରାୟ ନମଃ ଜପନ୍ତୁ ।
ଦୁବ: ପୂଜା ସମୟରେ ଦୁବ ଚଢାଇବା ସମୟରେ ଓଁ ଗଜମୁଖାୟ ନମଃ ମନ୍ତ୍ର ଜପନ୍ତୁ ।
ଦୁର୍ଦୁରା ପତ୍ର: ଏହି ପତ୍ର ଚଢାଇବା ବେଳେ ହରସୁନଭେ ନମଃ ମନ୍ତ୍ର ଜପନ୍ତୁ ।
ଅଗସ୍ତ୍ୟ ପତ୍ର:ପୂଜା ସମୟରେ ଅଗସ୍ତ୍ୟ ଗଛର ପତ୍ର ଚଢାଇବା ବେଳେ ସର୍ବେଶ୍ୱରାୟ ନମଃ ମନ୍ତ୍ର ଜପନ୍ତୁ ।
ଶିମ୍ବ ପତ୍ର: ଯେତେବେଳେ ଶିମ୍ବ ଗଛର ପତ୍ର ଚଢାଇବେ ସେତେବେଳେ ବକ୍ରତୁଣ୍ଡାୟ ନମଃ ଜପନ୍ତୁ ।
ତେଜ ପତ୍ର: ପୂଜାରେ ତେଜପତ୍ର ଚଢାଇବା ସମୟରେ ଚତୁର୍ହୋତ୍ରେ ନମଃ ଜପନ୍ତୁ ।
କନିଅର ପତ୍ର: ଏହି ପତ୍ର ଚଢାଇବା ବେଳେ ଭିକଟାୟ ନମଃ ମନ୍ତ୍ର ଜପନ୍ତୁ ।
କଦଳୀ ପତ୍ର: ଏହି ପତ୍ର ଚଢାଇବା ସମୟରେ ହେମତୁଣ୍ଡାୟ ନମଃ ମନ୍ତ୍ର ଜପନ୍ତୁ ।
କେତକି ପତ୍ର: କେତକି ପତ୍ର ଚଢାଇବା ସମୟରେ ସିଦ୍ଧିବିନାୟକାୟ ନମଃ ଜପନ୍ତୁ ।
ଦେବଦାରୁ ପତ୍ର: ଗଣେଶଙ୍କୁ ଦେବଦାରୁ ପତ୍ର ଚଢାଇବା ସମୟରେ ଭଟଭେ ନମଃ ମନ୍ତ୍ର ଜପନ୍ତୁ ।