ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ସାଓମୀ ତାର ରେଡମୀ ସିରିଜ୍ ର ଅନେକ ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ କରିସାରିଛି । ଗୋଟେପଟେ ରେଡମୀ ତାର କେ ସିରିଜ୍ ର ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ପୁଣି ଥରେ ଏଣ୍ଟ୍ରି କରାଇଥିବା ବେଳେ ରେଡମୀ ୧୦ ସିରିଜ୍ ର ମଧ୍ୟ ନୂତନ ସ୍ମାର୍ଟଫୋନ ଲଞ୍ଚ କରିଛି । ନିକଟରେ କମ୍ପାନୀ ରେଡମୀ ୧୦ଏ ସ୍ପୋର୍ଟ ନାମରେ ଏକ ସ୍ମାର୍ଟଫୋନ ଲଞ୍ଚ କରିଛି ।
ଏହାପରେ କମ୍ପାନୀ ବହୁତ ଶୀଘ୍ର ରେଡମୀ ୧୦ ସିରିଜ୍ ର ଆଉ ଏକ ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରୁଛି । ମିଡିଆ ରିପୋର୍ଟ ମୁତାବକ ଏହି ନୂତନ ସ୍ମାର୍ଟଫୋନର ଟି ରେଡମୀ ୧୦ ୨୦୨୨ ନାମରେ ଲଞ୍ଚ ହେବ । ଏହାର କିଛି ଫିଚର୍ସ ମଧ୍ୟ ଲିକ୍ ହୋଇଛି । ତେବେ ଆସନ୍ତୁ ଜାଣିବା.,
– ରେଡମୀ ୧୦ ୨୦୨୨ ସ୍ମାର୍ଟଫେନେରେ ୬.୫ ଇଂଚ ସ୍କ୍ରିନର ଏଲସିଡି ଡିସପ୍ଲେ ଦିଆଯିବ । ଏହାସହିତ ଫୋନରେ ୯୦ଏଚଜେଡର ରିଫ୍ରେସ ରେଟ୍ ମଧ୍ୟ ଦିଆଯାଇପାରେ ।
– ଏଥିରେ କମ୍ପାନୀ ୨ ଜିଏଚଜେଡ ର ମିଡିଆ ଟେକ ହିଲିଓ ଜି୮୮ ଅକ୍ଟା କୋର ପ୍ରୋସେସର ଦେଇପାରେ ।
– ଏଥିରେ କ୍ୱାଡ କ୍ୟାମେରା ସେଟଅପ ଦିଆଯାଇପାରେ । ଯେଉଁଥିରେ୫୦ ଏମପିର ମେନ୍ ବ୍ୟାକ କ୍ୟାମେରା, ୮ଏମପିର ଅଲ୍ଟ୍ରା ୱାଇଡ ଆଙ୍ଗଲ କ୍ୟାମେରା, ୨ ଏମପିର ଡେପ୍ଥ କ୍ୟାମେରା ଏବଂ ମ୍ୟାକ୍ରୋ କ୍ୟାମେରା ପ୍ଲାଶ ଲାଇଟ ଆସିବ । ଏହାସହିତ ୮ ଏମପିର ଫ୍ରଣ୍ଟ କ୍ୟାମେରା ଆସିପାରେ ।
– କମ୍ପାନୀ ଏହି ଫୋନର ୪ଜିବି ର୍ୟାମ ଓ ୬୪ଜିବି ଇଂଟରନାଲ ଷ୍ଟୋରେଜ, ୪ଜିବି ର୍ୟାମ ଓ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ, ୬ଜିବି ର୍ୟାମ ଓ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଆଣ୍ଟ ଲଞ୍ଚ କରିପାରେ ।
– ଆଣ୍ଡ୍ରୋଏଡ ୧୧ ସହିତ ଏହି ଫୋନକୁ ଲଞ୍ଚ କରାଯାଇପାରେ ।