ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହଙ୍ଗାମାଡରୁ ଜନତାଙ୍କୁ ଆଶ୍ୱସ୍ତି । ତୈଳ କମ୍ପାନୀ ସୋମବାର ରନ୍ଧନ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରିଛି । ଏବେ କର୍ମସିଆଲ ସିଲିଣ୍ଡର ୩୬ ଟଙ୍କା ହ୍ରାସରେ ମିଳିବ । ଅବଶ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ନୂତନ ଦର ମୁତାବକ ଅଗଷ୍ଟ ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡର ୧୯୭୬.୫୦ ଟଙ୍କାରେ ମିଳିବ ପୂର୍ବରୁ ଏହା ୨୦୧୨.୫୦ ଟଙ୍କାରେ ମିଳୁଥିଲା । ସେହିପରି ଏବେ କୋଲକାତାରେ ୨୦୯୫.୫୦ ଟଙ୍କା, ମୁମ୍ବାଇରେ ୧୯୩୬.୫୦ ଟଙ୍କା ଏବଂ ଚେନ୍ନାଇରେ ୨୧୪୧ ଟଙ୍କାରେ ସିଲିଣ୍ଡର ମିଳିବ ।