ଭୁବନେଶ୍ୱର:ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ମତଦାନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମତଦାନ କରିଛନ୍ତି ।
ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଅନ୍ୟ ମନ୍ତ୍ରୀ ଓ ସମସ୍ତ ସାଂସଦ ଭୋଟ ଦେଉଛନ୍ତି । ଏହି ଭୋଟ ଗ୍ରହଣ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଭୋଟ୍ ଗ୍ରହଣ ଶେଷ ହେବା କ୍ଷଣି ଗଣନା ଆରମ୍ଭ ହେବ । ଏହା ପରେ ରିଟର୍ଣ୍ଣିଙ୍ଗ ଅଫିସର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିବେ ।
ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନେତୃତ୍ୱ ବିରୋଧୀ ଦଳ ମାର୍ଗାରେଟ୍ ଆଲ୍ଭାଙ୍କୁ ପ୍ରାର୍ଥୀ କରିଛନ୍ତି ।
ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ୧୧ ତାରିଖ ଦିନ ନୂତନ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।