ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକଙ୍କ ଆଖି ଉପରେ କୋଲେଷ୍ଟ୍ରଲ ଜମା ହୋଇଯାଇଥିବାର ଦେଖିବାକୁ ମିଳିଥାଏ । ଆଖି ଉପରେ ଜମା ହୋଇଥିବା ଏହି କୋଲେଷ୍ଟ୍ରଲକୁ ଜାନ୍ଥିଲାସ୍ଥମା କୁହାଯାଇଥାଏ । ଏହା ଆଖି ପତା ଉପରେ ଏବଂ ତଳ ଭାଗରେ ଜମା ହୋଇଥାଏ । ଅନେକ ବିଶେଷଜ୍ଞଙ୍କ ମତରେ ହାଇ କୋଲେଷ୍ଟ୍ରଲ ଏବଂ ଲିଭର ସହ ଜଡିତ ସମସ୍ୟା ଯୋଗୁଁ ଜାନ୍ଥିଲାସ୍ଥମା ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଏବଂ କାରଣ ।
ଆଖି ପତା ଉପରେ ଜମାଟ ହୋଇଥିବା କୋଲେଷ୍ଟ୍ରଲ ନରମ, ହଳଦିଆ ରଙ୍ଗର ଗଣ୍ଠି ଭଳି ନଜର ଆସିଥାଏ । ଏହା ଆଖି ତଳ ଓ ଉପର ପତାରେ ହୋଇପାରେ । ବେଳେବେଳେ ଆଖି ଉପରେ ଏହି କୋଲେଷ୍ଟ୍ରଲ ବଢିବାକୁ ଲାଗେ ।
ଆଖି ପତା ଉପରେ ହୋଇଥିବା କୋଲେଷ୍ଟ୍ରଲ କେଉଁ କାରଣ ପାଇଁ ହୋଇଥାଏ । ଏନେଇ କୌଣସି ସଠିକ ସୂଚନା ନାହିଁ । ଏହା ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ହୋଇପାରେ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇପାରେ ।