ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ମା ଲକ୍ଷ୍ମୀଙ୍କ ପୂଜା ସର୍ବବିଦିତ । ତାଙ୍କ ପୂଜା କରିବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ମା ଲକ୍ଷ୍ମୀ ଏବଂ ଭକ୍ତଙ୍କ ଉପରେ ତାଙ୍କ କୃପା ବର୍ଷା କରିଥାନ୍ତି । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧାର୍ମିକ ଗ୍ରନ୍ଥରେ କିଛି ଉପାୟ ବର୍ଣ୍ଣନା କରାଯାଇଛି । ଯାହାକୁ କରିବା ଦ୍ୱାରା ମାଙ୍କର ଆର୍ଶିବାଦ ପ୍ରାପ୍ତି ହୋଇଥାଏ ।
ହିନ୍ଦୁ ଧର୍ମ ଗ୍ରନ୍ଥରେ ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ କିଛି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।ବିଧି ବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଜାତକରେ ଶୁକ୍ର ଦୋଷ ଦୂର ହୋଇଥାଏ ଏବଂ ଜାତକରେ ଶୁକ୍ର୍ରଗ୍ରହଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହାଦ୍ୱାରା ମାନସମ୍ମ୍ାନ ବୃଦ୍ଧି ହୋଇଥାଏ ।
ଶୁକ୍ରବାର ଉପାୟ:
– ଶୁକ୍ରବାର ଦିନ ଲାଲ ରଙ୍ଗର କପଡାରେ ଚାଉଳ ବାନ୍ଧି ଦିଅନ୍ତୁ । ସେହି ଚାଉଳ ପୋଟଳୀକୁ ଧରି ‘ଓଁ ଶ୍ରୀ ଶ୍ରୀୟେ ନମଃ’ ମନ୍ତ୍ର ୧୦୮ ଥର ଜପନ୍ତୁ । ଏହାପରେ ସେହି ପୋଟଳୀକୁ ଆଲମିରାରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଧନର ଅଭାବ ହୋଇନଥାଏ ବୋଲି ବିଶ୍ୱାସ ରହିଛି ।
– ଶୁକ୍ରବାର ରାତିରେ ଅଷ୍ଟଲକ୍ଷ୍ମୀ ପୂଜନ୍ତୁ । ଏଭଳି କରିବା ଦ୍ୱାରା ଲକ୍ଷ୍ମୀ ଘରୁ ଯାନ୍ତି ନାହିଁ ।
– ଶୁକ୍ରବାର ଦିନ ଲକ୍ଷ୍ମୀ ସ୍ତୋତ୍ର, କନକଧାରା ସ୍ତୋତ୍ର ବା ଶ୍ରୀ ସୁକ୍ତ ପାଠ କରନ୍ତୁ । ଏହାଦ୍ୱାରା କଦାପି ଆଲମିରା ଖାଲି ହୁଏ ନାହିଁ
– ଶୁକ୍ରବାର ଦିନ ‘ଓଁ ଗ୍ରାମ ଗ୍ରୀମ ଗ୍ରୁମ ’ ସହ ଶୁକ୍ରାୟ ନମ ମନ୍ତ୍ରକୁ ୧୦୮ ଥର ଜପନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଘରେ ଲକ୍ଷ୍ମରବାସ କରିବେ ।