ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଡେଙ୍ଗୁ ଆତଙ୍କ । ଏପର୍ଯ୍ୟନ୍ତ ୨୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୨୦୬୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୩୦୯ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ପର୍ଯ୍ୟାପ୍ତ ପ୍ଲେଟଲେଟ ରହିଛି । ରାଜ୍ୟର ୯ଟି ରକ୍ତ ଭଣ୍ଡାରରେ କାର୍ଯ୍ୟକ୍ଷମ ଅଛି ପ୍ଲେଟଲେଟ ପୃଥିକରଣ ୟୁନିଟ୍ ।