ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କଠାରୁ ନେଇ ଟେଲିକମ କମ୍ପାନୀ ଯାଏଁ ସମସ୍ତଙ୍କ ଅପେକ୍ଷାରେ ୫ଜି ସର୍ଭିସ ବା ସେବା । ରିପୋର୍ଟ ଅନୁଯାୟୀ ଅକ୍ଟୋବର ମାସରୁ ଏହି ସେବା ଆରମ୍ଭ ହେବାକୁ ଥିଲା କିନ୍ତୁ କୌଣସି କାରଣ ଯୋଗୁଁ ଦେଶରେ ୫ଜି ସେବା ଆରମ୍ଭରେ ବିଳମ୍ବ ହେଉଛି । ୫ଜି ସେବାର ଆନନ୍ଦ ଉଠାଇବା ପାଇଁ ଏବେ ୨୦୨୩ ମସିହାକୁ ଅପେକ୍ଷା କରିବାକୁ ପଡିପାରେ ।
ଏହାର ମୁଖ୍ୟ କାରଣ ହେଉଛି ଯେଉଁ ୧୦ ଟି ସହରରେ ୫ଜି ନେଟୱର୍କ କଭରେଜ କରାଯିବ । ସେହି କଭରେଜ ପ୍ରସ୍ତୁତି ହେବାରେ ୬ ରୁ ୮ ମାସ ସମୟ ଲାଗିବାର ସମ୍ଭାବନା ରହିଛି ।
୫ଜି ସେବା ଆରମ୍ଭ ହେବା ମାତ୍ରେ ହିଁ ଇଂଟରନେଟର ସମ୍ପୂର୍ଣ୍ଣ ଦୁନିଆ ବଦଳି ଯିବ । କାରଣ ୫ଜି ର ସ୍ପିଡ୍ ୪ଜି ଠୁ ୧୦ ଗୁଣା ଅଧିକ ବୋଲି କୁହଯାଉଛି ।