ପୁରୀ (ଏଟିଆର ବ୍ୟୁରୋ): ଏଏସଆଇ ପକ୍ଷରୁ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଜାରି ରହିଛି କାମ । ବାଲି କାଢିବା ପାଇଁ ଗତକାଲି ପ୍ରାଥମିକ ପ୍ରର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ହୋଇଥିଲା । ଯାହାଦ୍ୱାରା ବାଲି ଓ ପଥର କାଢିବା ସହଜ ହେବ ।
ପ୍ଲାଟଫର୍ମ ନିର୍ମାଣ ପରେ ଗର୍ଭଗୃହକୁ ପ୍ରବେଶ ପାଇଁ ଦ୍ୱିତୀୟ ବେଢାରେ ୬ ଫୁଟର ଏକ ଗର୍ତ୍ତ କରାଯିବ । ଏହି ବାଟ ଦେଇ ବାଲି କଢାଯିବ । ଏହି କାର୍ଯ୍ୟ ଶେଷ କରିବା ପାଇଁ ୩ ବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଛି ।