ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୂର୍ଯ୍ୟ ଗ୍ରହଙ୍କ କୃପାରୁ ବ୍ୟକ୍ତି ନାମ ହାସଲ କରିଥାନ୍ତି । ସୂର୍ଯ୍ୟଦେବଙ୍କୁ ମାନ-ସମ୍ମାନର କାରକ ବୋଲି କୁହାଯାଏ । ଜ୍ୟେତିଷଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଭଲ ସ୍ଥିତିରେ ରହିଥିବେ ତାଙ୍କୁ ଖୁବ୍ ମାନସମ୍ମାନ ମିଳିଥାଏ । ନିୟମିତ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ମଧ୍ୟ ସୂର୍ଯ୍ୟଙ୍କ ଭଳି ଚମକିଥାନ୍ତି ।
ସେହିପରି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନ ସୂର୍ଯ୍ୟ ଚାଳିଶା ପାଠ କରିବା ନିହାତି ଜରୁରୀ । ସୂର୍ଯ୍ୟ ଚାଳିଶା ପାଠ କରିବା ଦ୍ୱାରା ଭଗବାନ ସୂର୍ଯ୍ୟଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।