ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ଖୁବ୍ ଧୁମ୍ ଧାମ୍ ରେ ପାଳିତ ହୁଏ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ । ଧାର୍ମିକ ମାନ୍ୟତାନୁସାରେ ଭଗବାନ ବିଶ୍ୱକର୍ମା ହେଉଛନ୍ତି ସଂସାରର ପ୍ରଥମ ହସ୍ତଶିଳ୍ପୀ । କନ୍ୟା ସଂକ୍ରାନ୍ତିରେ ତାଙ୍କର ଜନ୍ମ ହୋଇଥିବାରୁ ଏହି ତିଥିରେ ବିଶ୍ୱକର୍ମା ଜୟନ୍ତି ପାଳନ କରାଯାଏ । ଚଳିତବର୍ଷ ୧୭ ସେପ୍ଟମ୍ବର ଶନିବାର ବିଶ୍ୱକର୍ମା ପୂଜା ପାଳନ କରାଯିବ ।
ହିନ୍ଦୁ ପଚାଙ୍ଗ ଅନୁସାରେ , ବିଶ୍ୱକର୍ମା ପୂଜା ପାଇଁ ୧୭ ସେପ୍ଟମ୍ବରରେ ୩ଟି ଶୁଭ ମୁହୁର୍ତ୍ତ ପ୍ରାପ୍ତ ହୋଇଛି । ଭକ୍ତମାନେ ନିଜ ସୁବିଧା ଅନୁସାରେ ଏହି ଶୁଭ ମୁହୂର୍ତ୍ତରେ ପୂଜା କରିପାରିବେ ।
ପ୍ରଥମ ମୁହୂର୍ତ୍ତ: ସକାଳ ୭ଟା ୩୯ ରୁ ସକାଳ ୯ ଟା ୧୧ ମିନିଟ୍ ପର୍ଯ୍ୟନ୍ତ
ଦ୍ୱିତୀୟ ମୁହୂର୍ତ୍ତ: ଦ୍ୱିପ୍ରହର ୧ ଟା ୪୮ ରୁ ଦ୍ୱିପ୍ରହର ୩ ଟା ୨୦ ମିନିଟ୍ ଯାଏଁ
ତୃତୀୟ ମୁହୂର୍ତ୍ତ : ଦ୍ୱିପ୍ରହର ୩ ଟା ୨୦ ରୁ ସନ୍ଧ୍ୟା ୪ ଟା ୫୨ ପର୍ଯ୍ୟନ୍ତ ରହିଛି ।