ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଏବେ କ୍ୟାଶଲେସ ପେମେଣ୍ଟର ଚାହିଦା ବଢିଯାଇଛି । ଛୋଟ ଦୋକାନଠୁ ନେଇ ବଡ ବଡ ସପିଙ୍ଗମଲ ମାନଙ୍କରେ ଆଜିକାଲି ୟୁପିଆଇ ପେମେଣ୍ଟ ନେଉଛନ୍ତି । ସବୁ ଜାଗାରେ ୟୁପିଆଇ ପେମେଣ୍ଟ । କାରଣ ୟୁପିଆଇ ପେମେଣ୍ଟ ମୋଡ ସବୁଠୁ ସହଜ । କେବଳ ପିନ୍ ଦେଇ ପେମେଣ୍ଟ କରିବାର ଅଛି । ଏହି କ୍ରମରେ ସରକାର ଏବେ ୟୁପିଆଇ ଲାଇଟ ସର୍ଭିସକୁ ଲଞ୍ଚ କରି ୟୁପିଆଇ ପେମେଣ୍ଟ ସର୍ଭିସକୁ ଆହୁରି ସହଜ କରିଦେଇଛନ୍ତି । ଗ୍ରାହକଙ୍କ ପାଇଁ ୟୁପିଆଇ ଲାଇଟ ସର୍ଭିସ ଲଞ୍ଚ କରିଛନ୍ତି ସରକାର । ଏଥିରେ ଗ୍ରାହକଙ୍କୁ ବିନା ୟୁପିଆଇ ପିନ୍ ବ୍ୟବହାର କରି ୨୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିବାର ସୁବିଧା ମିଳିବ ।
ୟୁପିଆଇ ଲାଇଟ କଣ?
ଏହା ୟୁପିଆଇ ଭଳି କାମ କରେ । କିନ୍ତୁ ୟୁପିଆଇ ତୁଳନାରେ ୟୁପିଆଇ ଲାଇଟ ଅଧିକ ସ୍ପିଡ ଏବଂ ବ୍ୟବହାର କରିବାରେ ସହଜ । ବାସ୍ତବରେ ୟୁପିଆଇ ଲାଇଟ ଏକ ପ୍ରକାରର ଅନ ଡିଭାଇସ ୱାଲେଟ । ଯାହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଆପ୍ ର ୱାଲେଟରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ରଖିବାକୁ ହେବ । ଏହାପରେ ଯାଇ ଆପଣ ପେମେଣ୍ଟ କରିପାରିବେ । ଅନ-ଡିଭାଇସ ୱାଲେଟ ଯୋଗୁଁ ଏଥିରେ ଆପଣଙ୍କୁ ରିୟଲ ଟାଇମ ପେମେଣ୍ଟ ପାଇଁ ଇଂଟରନେଟର ଆବଶ୍ୟକ ପଡିବ ନାହିଁ । ଏହାସହିତ ପିନ୍ ଦେବାର ଆବଶ୍ୟକତା ନାହିଁ । ଏଥିରେ ଅଫଲାଇନ୍ ମୋଡରେ ଟ୍ରାଞ୍ଜାକ୍ସନ କରାଯାଇପାରିବ ।
ଏହାଦ୍ୱାରା କେବଳ ଛୋଟ ପେମେଣ୍ଟ ହିଁ କରାଯାଇପାରିବ । ଏହାର ଲିମିଟ କେବଳ ୨୦୦ ଟଙ୍କା ରଖାଯାଇଛି । ଆପଣ ଏହି ଅନ୍-ଡିଭାଇସ୍-ୱାଲେଟରେ ଅଧିକତମ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରଖିପାରିବେ ।