ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା ଦୁର୍ଗାଙ୍କ ତୃତୀୟ ସ୍ୱରୂପ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବାର ବିଧି ରହିଛି । ମା’ଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ସୁଶୋଭିତ ହୋଇଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ ।
ସିଂହ ଉପରେ ବିରାଜମାନ କରିଥାନ୍ତି ମା’ ଚନ୍ଦ୍ରଘଣ୍ଟା । ଦେବୀ ମା’ଙ୍କର ଦଶ ହାତ ରହିଛି । ତାଙ୍କର ଚାରି ହାତରେ ପଦ୍ମ, ଧନୁଷ, ଜପମାଳ ଏବଂ ତୀର ଧାରଣ କରିଥିବା ବେଳେ ପଞ୍ଚମ ହାତ ଅଭୟ ମୁଦ୍ରାରେ ରହିଥାଏ । ସେହିପରି ଆଉ ଚାରି ହାତରେ ତ୍ରିଶୁଳ, ଗଦା, କମଣ୍ଡଳ ଏବଂ ଖଣ୍ଡା ଏବଂ ପଞ୍ଚମ ହାତ ବରଦ ମୁଦ୍ରାରେ ରହିଥାଏ । କୁହାଯାଏ ଦେବୀ ମାଙ୍କ ଏହି ସ୍ୱରୂପ ଭକ୍ତଙ୍କ ପାଇଁ ଖୁବ୍ କଲ୍ୟାଣକାରୀ ହୋଇଥାଏ ।
ପୂଜା ସମୟରେ ମା ଚନ୍ଦ୍ରଘଣ୍ଟାଙ୍କ ମନ୍ତ୍ର ୟା ଦେବୀ ସର୍ବଭୁତେଶୁ ମା ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା । ନମତସୈ ନମତସୈ ନମତସୈ ନମୋ ନମଃ କୁ ୧୧ ଥର ଜପିବା ଉଚିତ ।
ମା ଚନ୍ଦ୍ରଘଣ୍ଟାଙ୍କର ପ୍ରିୟ ଭୋଗ ହେଉଛି ମିଠା ଖୀରି । ଯଦି ମାଙ୍କ ପୂଜାରେ ଗାଇ ଖୀରରେ ତିଆରି ଖୀରିକୁ ଭୋଗ ଲଗାଇବେ ତେବେ ମା ଅତ୍ୟନ୍ତ ପ୍ରସନ୍ନ ହେବେ । କୁହାଯାଏ କି ଯଦି ଏହିଦିନ କନ୍ୟାଙ୍କୁ ଖୀରି, ହାଲୁଆଏବଂ ମିଠା ଆଦି ଖୁଆଇବେ ତେବେ ମା ପ୍ରସନ୍ନ ହୋଇ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।