ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭ୍ୟାରଣ୍ୟ । ଅଭ୍ୟାରଣ୍ୟା ଜୈବବିଭିଧତାକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି ।
ଅଭ୍ୟାରଣ୍ୟରେ ରାତ୍ରୀ ରହଣୀ ପାଇଁ ରାମତୀର୍ଥ, ଗୁଡୁଗୁଡିଆ, କୁମାରୀ, ଜାମୁଆଣୀ ଏବଂ ବରେହିପାଣିରେ ବ୍ୟବସ୍ଥା କରାଯାଇଛି । ଏହାସହିତ ସାଇକେଲ ରାଇଡିଂ, ପିଲାଙ୍କ ପାଇଁ ଇନଡୋର ଗେମର ବ୍ୟବସ୍ଥା ମଧ୍ୟ କରାଯାଇଛି ।