ଭୁବନେଶ୍ୱର (ଏଟିଆର ବ୍ୟୁରୋ);ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ ପୁଣି ଉତ୍ତର ଦିଗରେ ଗତି କରି ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖରେ ଏହା ସିଭିୟର ସାଇକ୍ଲୋନର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆସନ୍ତା ୨୫ ତାରିଖରେ ଲ୍ୟାଣ୍ଡଫଲ କରିବ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ବାତ୍ୟା ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କି.ମି ରହିପାରେ ବୋଲି କୁହାଯାଇଛି । ବାତ୍ୟା ପ୍ରଭାବରେ ଓଡିଶା ଉପକୂଳବର୍ତ୍ତି ଜିଲ୍ଲାରେ ୨୪ ଓ ୨୫ ର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କିନ୍ତୁ ଓଡିଶାଠାରୁ ବହୁ ଦୂରରେ ଯିବ ବାତ୍ୟା । ଏହା ଧାମରାଠାରୁ ୨୦୦କିମି ଦୂରରେ ଯିବ ।
ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।