ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଛଟ୍ ପୂଜା । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଛଟ୍ ପୂଜାରେ ମହିଳାମାନେ ନାକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇଥାନ୍ତି । ପ୍ରକୃତରେ ମହିଳାମାନେ ଏହିଭଳି କାହିଁକି ଲଗାଇଥାନ୍ତି ସିନ୍ଦୁର । ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାହାଣୀ..
ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ପାଇଁ ସିନ୍ଦୁରର ବିଶେଷ ମହତ୍ୱ ରହିଛି । ଏହାସହିତ ପୂଜାରେ ମଥାରେ ସିନ୍ଦୁର ଭରିବା ବାଧ୍ୟତାମୂଳକ । ମହିଳାମାନେ ଛଟ୍ ପୂଜା ଅବସରରେ ମଥାରୁ ନାକ ଯାଏଁ ସିନ୍ଦୁର ଭରିଥାନ୍ତି । ସୁହାଗର ପ୍ରତୀକ ହେଉଛି ସିନ୍ଦୁର । ପତିଙ୍କ ସୁସ୍ଥ ଶରୀର ଏବଂ ଦୀର୍ଘାୟୁ କାମନାର ସୂଚକ । ଧାର୍ମିକ ମାନ୍ୟତା ଅନୁସାରେ ଯେତେ ଲମ୍ବା ସିନ୍ଦୁର ଲଗାଯାଏ ପତିଙ୍କର ଆୟୁ ସେତିକି ବଢିଥାଏ । ସେଥିପାଇଁ ଛଟପୂଜା ଅବସରରେ ମହିଳାମାନେ ମଥାରୁ ନାକ ଯାଏଁ ଲମ୍ବାରେ ସିନ୍ଦୁର ଲଗାଇଥାନ୍ତି ।