ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ହାଲୁକା ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବଢିବ ଶୀତ । ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଖସିବା ଯୋଗୁଁ ଶୀତ ଅନୁଭୂତ ହେବ । ଏନେଇ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେହିପରି ଗତକାଲି କୋରାପୁଟରେ ୧୨ ଡିଗ୍ରୀ ତଳକୁ ଖସି ଆସିଛି ପାରଦ । ଏହାସହିତ ଫୁଲବାଣୀରେ ୧୩.୫ ଡିଗ୍ରୀ, ଦାରିଙ୍ଗବାଡିରେ ୧୨ ଡିଗ୍ରୀ, ସୋନପୁରରେ ୧୪ ଡିଗ୍ରୀ, ଝାରସୁଗୁଡାରେ ୧୪.୬ ଡିଗ୍ରୀ, ହୀରାକୁଦରେ ୧୫.୨ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ, ଦେବଗଡରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧୬.୨ ଡିଗ୍ରୀ ତାପମାତ୍ରା ରହିଥିଲା ।