ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିବ୍ୟାଙ୍ଗଙ୍କ କରୁଣ ଚିତ୍କାର ସରକାରଙ୍କ କାନରେ ବାଜିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରାରେ ପ୍ରବଳ ଭିଡ ଜମିଥିଲା । ତେବେ ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, ଏହି ରଥଯାତ୍ରାରେ କୌଣସି ବର୍ଷ ଦିବ୍ୟାଙ୍ଗମାନେ ସାମିଲ ହୋଇପାରନ୍ତି ନାହିଁ । ଯେଉଁଠି ସାଧାରଣ ଲୋକେ ଠିଆ ହେବା କଷ୍ଟକର ସେଠି ଏମାନଙ୍କ ଅବସ୍ଥା କ’ଣ ହେବ ତାହା ସହଜେ ଅନୁମେୟ ।
ଖାସ ଏଥିଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଜୁ ଯୁବ ବାହାନୀ ଏମାନଙ୍କ ପାଇଁ ଏକ ସୁନ୍ଦର ପ୍ରଚେଷ୍ଠା କରିଛନ୍ତି । ରଥଯାତ୍ରା ଉପଲକ୍ଷେ ଆମ ରାଜ୍ୟର ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଜଗନ୍ନାଥ ଦର୍ଶନ କରାଇବା ଏକ ମହତ୍ୱ କାର୍ଯ୍ୟ ନିଭାଉଛନ୍ତି । ଏନେଇ ବିଜୁ ଯୁବ ବାହାନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଜଣାଛନ୍ତି କି, ‘ଦିବ୍ୟାଙ୍ଗମାନଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରାଇବାରେ ବିଜୁ ଯୁବ ବାହାନୀ ମହତ୍ୱ ଭୂମିକା ନିଭାଇଛନ୍ତି । ଏପରି ମହତ୍ୱ କାର୍ଯ୍ୟ ପାଇଁ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।
ଦିବ୍ୟାଙ୍ଗମାନଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରାଇବାରେ ବିଜୁ ଯୁବ ବାହିନୀ ମହତ୍ଵପୂର୍ଣ୍ଣ ଭୂମିକା ନିଭାଉଛି। ଏପରି ମହତ କାର୍ଯ୍ୟ ପାଇଁ @OdishaBYV ର ସମସ୍ତ ସ୍ଵେଚ୍ଛାସେବୀମାନଙ୍କୁ ମୋର ଶୁଭେଚ୍ଛା ଓ ସାଧୁବାଦ। #YuvaOdisha pic.twitter.com/aUTRrDxLWP
— Naveen Patnaik (@Naveen_Odisha) July 19, 2018