ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତ ଦେବା-ଦେବୀଙ୍କ ମଧ୍ୟରେ ସର୍ବପ୍ରଥମେ ଗଣେଶ ଭଗବାନଙ୍କୁ ପୂଜା କରାଯାଇଥାଏ । ତାଙ୍କୁ ଧ୍ୟାନ କରିବା ମାତ୍ରେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯାଏ । ସେଥିପାଇଁ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ବୁଧବାର ଗଣେଶ ଭଗବାନଙ୍କୁ ସମର୍ପିତ କରାଯାଇଛି । ଭଗବାନ ଗଣେଶଙ୍କ କୃପା ଲାଭ ପାଇଁ ବୁଧବାର ଲୋକେ ଅନେକ ଉପାୟ କରିଥାନ୍ତି । ବିଶ୍ୱାସ ରହିଛି କି ବୁଧବାର ଦିନ କରାଯାଇଥିବା ଉପାୟ ଦ୍ୱାରା ବହୁତ ଶୀଘ୍ର ଗଣେଶ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କ ସମସ୍ତ ବିଘ୍ନ ଦୂର କରନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କୁ ବୁଧବାର ଦିନ ଏହି ଦୁଇଟି ଜିନିଷ ଦାନ କରିବା ଉଚିତ୍ । ଏହି ଉପାୟ କରିବା ଦ୍ୱାରା ଭାଗ୍ୟ ଚମକି ଉଠେ । କାହାରି ଜାତକରେ ଯଦି ବୁଧଙ୍କ ସ୍ଥିତି ଖରାପ ଥିବ ତେବେ ବୁଧବାର ଦିନ ଏହି ଜିନିଷ ଦାନ କରିବା ଉତ୍ତମ ।
ବୁଧବାର ମୁଗ ଡାଲି ଦାନ କରିବା ଶ୍ରେଷ୍ଠ । ବୁଧବାର ୧୨୫୦ ଗ୍ରାମ ମୁଗ ଡାଲି ଦାନ କରିବା ଦ୍ୱାରା ଗଣେଶ ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ବିଘ୍ନ ହରଣ କରିନ୍ତି । ବୁଧବାର ମୁଗ ଡାଲିରେ ଘିଅ-ଚିନି ମିଶାଇ ଗାଇକୁ ଖୁଆଇବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହାଦ୍ୱାରା ଗଣେଶଙ୍କ କୃପା ଲାଭ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାର କୌଣସି କିନ୍ନରଙ୍କୁ ଧନ ଏବଂ ଶୃଙ୍ଗାର ସାମଗ୍ରୀ ଦାନ କରିବା ଉଚିତ୍ । ଏହି ଉପାୟ ସେତେବେଳେ ପ୍ରାଭାବୀ ହେବ ଯେତେବେଳେ କିନ୍ନରଙ୍କୁ ଦାନ କରିବା ପରେ ତାଙ୍କଠୁ ଟଙ୍କେ କି ଦୁଇଟଙ୍କା ନେବେ । ଏଭଳି କରିବା ଦ୍ୱାରା ଜାତକରେ ଥିବା ବୁଧଗ୍ରହ ମଜବୁତ ହୋଇଥାଏ । ଏହାସହିତ ବ୍ୟବସାୟରେ ସଫଳତା ମିଳିଥାଏ ।