ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ନିମୟିତ ଯେକୌଣସି ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ସେହିପରି ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହିଦିନ ମାଙ୍କୁ ପ୍ରସନ୍ନ କରି କୃପା ପ୍ରାପ୍ତି ପାଇଁ ବ୍ରତ ରଖିଥାନ୍ତି ଭକ୍ତ । ଏହିଦିନ ପୁରା ବିଧି ବିଧାନ ସହ ମାଙ୍କର ପୂଜା କରାଯାଏ । ଧନ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ତାଙ୍କ ଜୀବନରେ ଧନର ଅଭାବ ହୋଇନଥାଏ ।
ଏହାସହିତ ଶୁକ୍ରବାର ଶୁକ୍ରଦେବଙ୍କୁ ମଧ୍ୟ ସମର୍ପିତ କରାଯାଇଛି । ସୁଖ-ସୌନ୍ଦର୍ଯ୍ୟର କାରକ ହେଉଛନ୍ତି ଶୁକ୍ରଦେବ । ଶୁକ୍ରଦେବଙ୍କ କୃପାରୁ ଜୀବନରେ କୌଣସି ପ୍ରକାରର ଅଭାବ ହୁଏନାହିଁ ।
ଶୁକ୍ରବାର କରନ୍ତୁ ଏହି ଉପାୟ:-
– ମା ଲକ୍ଷ୍ମୀ ଏବଂ ଶୁକ୍ର ଗ୍ରହଙ୍କ କୃପା ପ୍ରାପ୍ତ ପାଇଁ ଶୁକ୍ରବାର ବ୍ରତ କରିବା ସବୁଠୁ ଭଲ ଉପାୟ । ଏହିଦିନ ‘ଓଁ ଶୁଂ ଶୁକ୍ରାୟ ନମଃ’ ବା ‘ହିମକୁନ୍ଦମୃଣାଳାଭଂ ଦୈତ୍ୟାନାଂ ପରମଂ ଗୁରୁମ୍ ସର୍ବଶାସ୍ତ୍ରପ୍ରବକ୍ତାରଂ ଭାର୍ଗବଂ ପ୍ରଣମାମ୍ୟହଂ’ ମନ୍ତ୍ର ୧୦୮ ଥର ଜପିବା ଉଚିତ୍ । ଏହାଦ୍ୱାରା ସୁଖ-ସମୃଦ୍ଧି ଆସିଥାଏ ।
– ମାତା ଲକ୍ଷ୍ମୀ ଏବଂ ଶୁକ୍ରଦେବ କେବେବି ଅପରିସ୍କାର ସ୍ଥାନରେ ବାସ କରନ୍ତି ନାହିଁ । ଏଥିପାଇଁ ବାତାବରଣ ଶୁଦ୍ଧ ରଖିବା ଉଚିତ୍ ।
– ଶୁକ୍ରବାର ଦିଦ ଧଳା ରଙ୍ଗର ବସ୍ତ୍ର ଧାରଣ କରି ପୂଜା-ପାଠ କରିବା ଉଚିତ୍ ।
– ବ୍ରତ ରଖିବା ସହିତ ଏହିଦିନ କିଛି ଜିନିଷ ଯେପରିକି ଚାଉଳ,ଖୀର, ଦହି, ଅଟା, ମିଶିର ଆଦି ଦାନ କରିପାରିବେ ।
– ଶୁକ୍ରବାର ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପୂଜିବା ଉଚିତ୍ । ଏହାଦ୍ୱାରା ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ ।