ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କମୁଛି ପାରଦ ବଢୁଛି ଶୀତ । ସବୁଠି ଶୀତ ଲହରି । ଅସହ୍ୟ ଜାଡରେ କଲବଲ ହେଉଛି ଓଡିଶା । ସବୁଠାରୁ ଅଧିକ ଶୀତ କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ଅନୁଭୂତ ହେଉଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।
ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି.ଉଦୟଗିରିରେ ୮ ଡିଗ୍ରୀ, ଫଲବାଣୀରେ ୧୦ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି ।
ରାଜ୍ୟରେ ଆଗାମୀ ୫ଦିନ ଯାଏଁ ପାଗ ଏହିଭଳି ରହିବ । ସ୍ୱଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଯାଏଁ ତାପାମତ୍ରା ଖସିବ ।