ଫୁଲବାଣୀ (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଅସହ୍ୟ ଜାଡରେ ଥରୁଛି କନ୍ଧମାଳ । ଫୁଲବାଣୀରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଯାହାଫଳରେ ଫୁଲବାଣୀ ସମେତ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଦିନକୁ ଦିନ ଥଣ୍ଡା ପ୍ରକୋପ ବଢିବାରେ ଲାଗିଛି ।
ଏହାସହିତ କୁହୁଡି ଚାଦରରେ ଢାଙ୍କି ହୋଇ ରହୁଛି କନ୍ଧମାଳ । ସକାଳ ୯ଟାରେ ଯାଏଁ ଜିଲ୍ଲାରେ କୁହୁଡି ଲାଗି ରହୁଛି । ରାସ୍ତାରେ ଯିବା ଅସମ୍ଭବ ହୋଇ ପଡୁଛି । ଦୁରରୁ ରାସ୍ତାଘାଟ କିଛି ଦୃଶ୍ୟମାନ ହେଉନାହିଁ ।